
The Prime Minister, Shri Narendra Modi addressing at the foundation stone laying ceremony of rural drinking water supply projects in Mirzapur and Sonbhadra districts of Vindhyachal region of Uttar Pradesh, through Video Conferencing, in New Delhi on November 22, 2020.
କେୱାଡିଆ: ଦେଶର ପ୍ରଗତି ପଥରେ ଦୁର୍ନୀତି ସବୁଠାରୁ ବଡ ପ୍ରତିବନ୍ଧକ । ଭାରତରେ ପୂର୍ବରୁ କ୍ଷମତାସୀନ ହୋଇଥିବା ସରକାରମାନେ ଦୁର୍ନୀତିକୁ ରୋକିବାରେ ସଫଳ ହୋଇପାରିନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଗୁଜରାଟର କେୱାଡିଆଠାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆି)ର ମିଳିତ ସମ୍ମିଳନୀକୁ ଭର୍ଚୁଆଲ ପଦ୍ଧତିରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗତ ୬ରୁ ୭ ବର୍ଷ ମଧ୍ୟରେ କଠିନ ପରିଶ୍ରମ ଦ୍ୱାରା ତାଙ୍କ ସରକାର ଲୋକଙ୍କ ମଧ୍ୟରେ ଏହି ବିଶ୍ୱାସଭାବ ସୃଷ୍ଟି କରିପାରିଛନ୍ତି ଯେ ଦୁର୍ନୀତି ବିରୋଧରେ ଲଢେଇ କରିବା ସମ୍ଭବ ଏବଂ ଏହା କରାଗଲେ ସାଧାରଣ ଜନତା ବିବିଧ ସରକାରୀ ଯୋଜନାର ସୁଫଳ ପାଇପାରିବେ ।
ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଏହା ମଧ୍ୟ କହିଥିଲେ ଯେ ବିଶ୍ୱର କୌଣସି ସ୍ଥାନରେ ଯେକୌଣସି ରାଷ୍ଟ୍ର ଏବଂ ଉକ୍ତ ରାଷ୍ଟ୍ରର ନାଗରିକଙ୍କ ବିରୁଦ୍ଧରେ ଅପରାଧ କରୁଥିବା ଲୋକଙ୍କୁ ସୁରକ୍ଷା ଦିଆଯିବା ଅନୁଚିତ । ପ୍ରଧାନମନ୍ତ୍ରୀ କହିଥିଲେ, ଦୁର୍ନୀତି ଛୋଟ ହେଉ କି ବଡ, ତାହା ସାଧାରଣ ଲୋକଙ୍କ ଅଧିକାର ଛଡାଇ ନେଇଥାଏ । ଏହା ଦେଶର ପ୍ରଗତିରେ ବାଧକ ହୋଇଥାଏ ଏବଂ ଆମର ସାମଗ୍ରିକ ଶକ୍ତି ଉପରେ ନକରାତ୍ମକ ପ୍ରଭାବ ପକାଏ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍