ଭୁବନେଶ୍ବର: ଡୁମଡୁମା ସୁବାସ ନଗର ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିବା ବସ୍ତି ବାସିନ୍ଦାଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଏବଂ ସଭାପତି ନିରଞ୍ଜନ ପଟ୍ଟନାୟକ। ବିଧାୟକ ସୁରେଶ ରାଉତରାୟ ଏବଂ ଭୁବନେଶ୍ଵର ଜିଲ୍ଳା ସଭାପତି ବିଶ୍ଵଜିତ ଦାସ ଏବଂ ରଶ୍ମି ମହାପାତ୍ରଙ୍କ ସହ କେତେକ କଂଗ୍ରେସ ନେତାମାନେ ମଧ୍ୟ ଭେଟିଛନ୍ତି। ରାଜ୍ୟ ସରକାରଙ୍କ ବେଆଇନ ଉଚ୍ଛେଦକୁ ବିରୋଧ କରି ୧୧ ଦିନ ହେବ ବସ୍ତି ମଧ୍ୟରେ ବସିଛନ୍ତି ବାସିନ୍ଦାମାନେ। କଂଗ୍ରେସ ନେତା ସେମାନଙ୍କୁ ଭେଟି ସେମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଥଇଥାନ ନହେବା ପର୍ଯ୍ୟନ୍ତ ଉଚ୍ଛେଦ ବେଆଇନ ବୋଲି କହିଛି କଂଗ୍ରେସ।
ତେବେ ଭୁବନେଶ୍ବରରେ ହୋଇ ବି ଏହି ବସ୍ତିବାସିନ୍ଦାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଶୁଭୁନି ବୋଲି ପ୍ରଶ୍ନ କଲେ ଚେଲ୍ଳା କୁମାର। ବସ୍ତିର ପ୍ରାୟ ୧୮ଟି ଘର ଭାଙ୍ଗିବାକୁ ନୋଟିସ ଦେଇଥିଲା ବିଡିଏ। ତାକୁ ବିରୋଧ କରି ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା। ୨୦୧୭ରୁ ଏହି ବସ୍ତିକୁ ଉଚ୍ଛେଦ କରିବାକୁ ଚେଷ୍ଟା କରୁଛି ବିଏମସି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି