February 15, 2026

ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

 

ଭୁବନେଶ୍ୱର: ଲକ୍ଷେ ନୁହେଁ କି ୨ ଲକ୍ଷ। ଏକାଥରକେ ଠକିଥିଲେ ୧୦ କୋଟି ଟଙ୍କାର ଜିଏସଟି । ଏମିତି ଜଣେ ହାଇ ପ୍ରୋଫାଇଲ ଠକେଇର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣା ଆଉ କେଉଁଠି ନୁହେଁ, ଘଟିଛି ରାଜଧାନୀ ଛାତିରେ।

ଏତେ ପରିମାଣର ଜିଏସ୍‌ଟି ଠକେଇ କରିଥିବା ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତି ରଞ୍ଜନ ସାହୁଙ୍କୁ ଜିଏସଟି ଅଧିକାରୀ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କ ବାପୁଜୀ ନଗର ସ୍ଥିତ ଘରୁ ଗିରଫ କରିଛି। ସେ ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଥିଲେ।

ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡ଼ିବ।

Spread the love