
ଭୁବନେଶ୍ବର: ଓଏସଏସଟିଇଟି ପରୀକ୍ଷାରେ ପାସ୍ କରିଥିବା ଟ୍ରେଣ୍ଡ ଯୁବକ ଯୁବତୀ ନିଯୁକ୍ତି ଦାବିରେ ଆଜି ରାଜଧାନୀର ରାଜରାସ୍ତାରେ ଆଣ୍ଠେଇ ଓ କାନ ଧରି ଅଭିନବ ପ୍ରତିବାଦ କରିଛନ୍ତି। ଏମାନେ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଆନ୍ଦୋଳନ କରିଛନ୍ତି। ଏମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୭ବର୍ଷ ହେଲା ବିଭିନ୍ନ ସମୟରେ ଏମାନେ ଧାରଣା ଦେଇ ଅଭିଯୋଗ ଜଣାଉଛନ୍ତି, ହେଲେ ନିଯୁକ୍ତି ମିଳୁନାହିଁ।
ଦୀର୍ଘ ଦିନର ଅପେକ୍ଷା ପରେ ୪ହଜାର ୪୪୫ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ମଂଜୁର ଓ ୪ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ସୁଚନା ଥିବା ବେଳେ ୭ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ପାଇଁ ଯୋଗ୍ୟତା ଥିବା ଟ୍ରେଣ୍ଡ ଯୁବକ ଯୁବତୀ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍