ଭୁବନେଶ୍ବର ୨୭।୧୧: କରୋନା ଭାଇରସ୍ ର ନୂଆ ଭାରିଏଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଯେଉଁ ଦେଶରେ ନୂଆ ଭାରିଏଣ୍ଟ ବିପଦ ସୃଷ୍ଟି କରିଛି ସେଠାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦରରେ ହିଁ କରୋନା ଟେଷ୍ଟ କରାଯିବ । ପଜିଟିଭ୍ ବାହାରିଲେ ସେହି ସାମ୍ପଲକୁ ଜେନମ୍ ସିକ୍ବେନ୍ସ ପାଇଁ ଆଇଏଲଏସକୁ ପଠାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ ।
ସେହିପରି ସ୍କୁଲ, କଲେଜ, ହଷ୍ଟେଲ ଏବଂ ଜନଗହଳି ସ୍ଥାନରେ ଜଣଙ୍କର ପଜିଟିଭ ବାହାରିଲେ ସେଠାରେ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ । ଏନେଇ ଖୁବଶୀଘ୍ର ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରିବ । ସ୍କୁଲ, କଲେଜ ଓ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କର ଲକ୍ଷଣ ଦେଖାଦେଲେ ତୁରନ୍ତ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ଏବଂ ସେମାନଙ୍କୁ ସଂଗରୋଧରେ ରଖାଯିବ । ପ୍ରତି ହଷ୍ଟେଲରେ ସଂଗରୋଧ କକ୍ଷ ରହିବ । ଏହାସହ ଯଦି କୌଣସି ଅଞ୍ଚଳରେ ଏକାଧିକ ଲୋକ ପଜିଟିଭ୍ ଚିହ୍ନଟ ହେଲେ ସେଠାରେ ତୁରନ୍ତ କଣ୍ଟେନମେଣ୍ଟ ଜୋନ୍ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦିଆଯାଇଛି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି