February 14, 2026

ପତ୍ନୀ ସମେତ ୪ ଝିଅଙ୍କୁ ଫାର୍ସାରେ ହାଣି ପକାଇଲା ବାପା, ଜଣେ ଝିଅ ମୃତ

 

କୁଚିଣ୍ଡା(ଦେବେନ୍ଦ୍ର ବେହରା): ଯିଏ ହାତ ଧରି ଚାଲି ଶିଖାଏ ସେ ବାପା। ଦୁଃଖ ଦୁର୍ଦ୍ଦିନରେ ଯିଏ ଛାତ ହୋଇ ସନ୍ତାନକୁ ଛାଇ ଦେଇଥାଏ ସେ ବାପା। ହେଲେ ଯେଉଁ ମଣିଷ ନିଜ ସନ୍ତାନକୁ ଏମିତି ନିର୍ଦ୍ଦୟ ଭାବେ ହତ୍ୟା କରିପାରେ ସେ  ବାପା ନୁହେଁ, ପିଶାଚ। ଏମିତି ଜଣେ କଳଙ୍କିତ ବାପାଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ।

ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁରେ ବାପାର  ଫାର୍ସା ଛୋଟରେ ଝିଅର ମୃତ୍ୟୁ ହୋଇଛି। ସେତିକି ନୁହେଁ, ଅନ୍ୟ ତିନି ଜଣ ଝିଅ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ମା’ ଗୁରୁତର ହୋଇଛନ୍ତି। ଘଟଣାଟି ଥିଲା ଏମିତି।

ଖବର ପାଇ  ଗୋବିନ୍ଦପୁର ଓ ଗଡପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।  ପରେ ସମସ୍ତଙ୍କୁ  ଚିକିତ୍ସା ପାଇଁ  ଡାକ୍ତରଖାନା ପଠାଇଥିବା ଜଣାପଡିଛି। ଗୋବିନ୍ଦପୁର ଓ ଗଡପୋଷ ପୋଲିସ ଘଟଣାର ତଦନ୍ତ କରୁଛି।

 

 

Spread the love