
ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ବିବାଦୀୟ ମନ୍ତବ୍ୟ ସପକ୍ଷରେ ଅଟଳ ରହିଛନ୍ତି। ଏହା ସପକ୍ଷରେ ଯୁକ୍ତି ରଖି ସେ ପ୍ରଶ୍ନ କରିଛନ୍ତି ଯେ ୧୯୪୭ରେ କେଉଁ ଯୁଦ୍ଧ ଜିତି ଭାରତ ସ୍ବାଧୀନ ହୋଇଥିଲା ? ଭାରତୀୟ ନ୍ୟାସନାଲ ଆର୍ମି ପକ୍ଷରୁ ଏକ ଛୋଟ ଲଢ଼େଇ ହୋଇଥିଲା। ଏଥିରେ ଜିତିଥିଲେ ସୁଭାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ; କିନ୍ତୁ ତାହା ହୋଇ ନ ଥିଲା। ସେତେବେଳେ ଭଗତ ସିଂହ କିମ୍ବା ମହାତ୍ମା ଗାନ୍ଧୀ ତାଙ୍କୁ ସମର୍ଥନ କରି ନ ଥିଲେ। ମହାତ୍ମା ଗାନ୍ଧୀଙ୍କ ଯୋଗୁଁ ଭଗତ ସିଂହଙ୍କ ମୃତ୍ୟୁ ଘଟିଥିଲା। ସୁଭାଷ ବୋଷଙ୍କୁ ଗାନ୍ଧିଜୀ ସାହାଯ୍ୟ କରି ନ ଥିଲେ। ୧୮୫୭ରେ ଏକମାତ୍ର ମିଳିତ ସଂଗ୍ରାମ ହୋଇଥିଲା। ୧୯୪୭ରେ କିଛି ବି ହୋଇ ନାହିଁ। ବ୍ରିଟିଶ ଶାସନ ଭାରତକୁ ଶୋଷଣର ଚରମ ସୋପାନରେ ପହଞ୍ଚିଥିଲେ। ଭିକ୍ଷା ପାଇଲା ଭଳି ଭାରତକୁ ସ୍ବାଧୀନତା ମିଳିଥିଲା। ସେତେବେଳେ କୌଣସି ସଂଗ୍ରାମ ହୋଇ ନାହିଁ। ତାଙ୍କ ପ୍ରଶ୍ନର ଉତ୍ତର ଦେଲେ ସେ କ୍ଷମା ମାଗିବା ସହ ପଦ୍ମଶ୍ରୀ ପ୍ରତ୍ୟାହାର କରିଦେବେ। ପୁନଶ୍ଚ ପୂର୍ବ ମନ୍ତବ୍ୟରେ ଯଦି କୌଣସି ଦେଶଦ୍ରୋହ କିମ୍ବା ମହାତ୍ମା ଗାନ୍ଧୀଙ୍କ ଭଳି ସଂଗ୍ରାମୀଙ୍କୁ ଅପମାନ କରିଥିବାର ପ୍ରମାଣ ଦିଆଯାଏ; ତେବେ ସେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବେ ବୋଲି କହିଛନ୍ତି। ୨୦୧୪ରେ ଭାରତବାସୀ ବାସ୍ତବ ସ୍ବାଧୀନତା ପାଇଛନ୍ତି ବୋଲି ତାଙ୍କର ଉକ୍ତି ଯଥାର୍ଥ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି। ଏହି ସମୟରେ ଏକ ମୃତ ସଭ୍ୟତା ପୁନର୍ଜୀବନ ପାଇଲା ବୋଲି ଯେ ଯୁକ୍ତି କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍