
ନୀଳଗିରି ୧୫।୭: ସାରା ରାଜ୍ୟରେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ସହ କଂଗ୍ରେସ ଦଳ ଓଡିଶା ବନ୍ଦ ଡାକରା ଦେଇଥିଲା। ଅନୁରୂପ ଭାବେ ନୀଳଗିରିରେ ମଧ୍ୟ ବନ୍ଦ ପାଳନ ହୋଇଛି। ବାଇପାସ ଛକରେ ରାଜ୍ୟରାଜପଥ ବନ୍ଦ କରାଯିବା ସହ ସହରରେ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ବିକ୍ଷୋଭରେ ସିପିଆଇଏମ ନେତା ଯୋଗାନନ୍ଦ ଦାସ, ବିଜୟ ପାତ୍ର, ସିପିଆଇ ନେତା ନିରଞ୍ଜନ ବାରିକ, କଂଗ୍ରେସ ନେତା ଯଶୋଦାନନ୍ଦନ ସିଂହ, ଉପେନ୍ଦ୍ର ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ। ତିନିଦଳର ବହୁ କର୍ମୀ ଏଥିରେ ସାମିଲ ହୋଇଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍