July 13, 2025

ପୋଲିସକୁ ଦେଖି କାରରୁ ଓହ୍ଲାଇ ଦୌଡିଲା ମାଫିଆ, ଯାଞ୍ଚ ବେଳେ ମିଳିଲା ୧୧ ଲକ୍ଷ ଟଙ୍କାର ଗଞ୍ଜେଇ

 

ମୁନିଗୁଡା ୨୯।୬: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ମୁନିଗୁଡା ଶ୍ମଶାନ ନାଳ ନିକଟରେ ପୋଲିସ ଗାଡି ଯାଞ୍ଚ କରିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଇଣ୍ଡିଗୋ କାରକୁ ଅଟକାଇଥିଲା । ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ଥିବା ପୋଲିସ ଜାଣିପାରିଥିଲା । ଗାଡି ଡ୍ରାଇଭରକୁ ଗିରଫ କରିଥିବା ବେଳେ ଗାଡିରେ ବସିଥିବା ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲା ।

ଜବତ ଗଞ୍ଜେଇର ଓଜନ ୧ କ୍ବିଣ୍ଟାଲ ୧୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  ଗିରଫ ଡ୍ରାଇଭର ଜଣକ ବୀରେନ୍ଦ୍ର ସିଂ । ଏହି ଗଞ୍ଜେଇ କେନ୍ଦୁଗୁଡାରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଗିରଫ ଡ୍ରାଇଭର କହିଛି । ଏଥିରେ ସପୃକ୍ତ ଗଞ୍ଜେଇ ମାଫିଆକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି ।

Spread the love