March 11, 2026

ବଜ୍ରପାତରେ ୮ ଗୋରୁ ମୃତ, ବ୍ରାହ୍ମଣୀ ନଦୀପଠାରୁ ମୃତଦେହ ଠାବ

 

ଭୁବନ ୨୯।୯: ବଜ୍ରପାତରେ ୮ଟି ଗୋରୁଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଭୁଷଳ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ପଠାରେ ସମସ୍ତ ଗୋରୁଙ୍କ ମୃତଦେହ ଠାବ ହୋଇଥିଲା ।  ବୁଧବାର ଦିନ ୩ଟା ବେଳେ ବର୍ଷା ସହିତ ଘଡଘଡି ମାରିଥିଲା । ତେବେ ଗୋରୁ ଗୁଡିକ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ମୃତ ଗୋରୁମାନଙ୍କ ମଧ୍ୟରୁ ଭୁଷଳ ଗ୍ରାମର ନିରାକାର ମାହୁନ୍ତଙ୍କର ଦୁଇଟି, ପ୍ରେମାନନ୍ଦ ଦାଶଙ୍କର ଗୋଟିଏ ବାଛୁରୀ, ଭଞ୍ଜ ମଳିକଙ୍କର ଗୋଟିଏ, ସତ୍ୟାନନ୍ଦ ମିଶ୍ରଙ୍କର ଗୋଟିଏ, ଶଶି ଶେଖର ପାଣିଗ୍ରାହୀ ଗୋଟିଏ,ପ୍ରଫୁଲ୍ଲ ଦାସଙ୍କର ଗୋଟିଏ ଆଉ ଗୋଟିଏ କାହାର ତାହା ଜଣାପଡି ନଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଆରଆଇ ପହଞ୍ଚି ତଦନ୍ତ ଚଳାଇ ଗୋରୁମାନଙ୍କର କ୍ଷତିପୂରଣ ଦିଆଯିବ ବୋଲି ଜଣାପଡିଛି ।

Spread the love