February 13, 2026

ବରିଷ୍ଠ ଆଇନଜିବୀଙ୍କ ପରଲୋକରେ ଶୋକ

 

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମ ବାସିନ୍ଦା ବୟୋଜ୍ୟେଷ୍ଠ ଆଇନଜିବୀ ବିପିନି ବିହାରୀ ସାହୁଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପରୋପକାରୀ ଧର୍ମପରାୟଣ ବ୍ୟକ୍ତିଭାବେ ସେ ଅଂଚଳରେ ସୁପରିଚିତ ଥିଲେ। ଶନିବାର ତୁରୁମୁଙ୍ଗା ବୈତରଣୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁତ୍ର ମନୋଜ ସାହୁ ମୁଖାଗ୍ନି ଦେଇଥିଲେ। ବିପିନି ବିହାରୀଙ୍କ ବିୟୋଗରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Spread the love