
ଭୁବନେଶ୍ବର : ନବରଙ୍ଗପୁର ଜିଲ୍ଲାର ୮୪ଟି ଗାଁକୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବରେ ଘୋଷଣା କରିଛି ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ। ୨୦୨୦ ଜୁନ ମାସର ଆଦେଶ ଆଧାରରେ ନବରଙ୍ଗପୁର ସମାଜମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଆକ୍ସନଏଡ କନସଲଣ୍ଟାଣ୍ଟ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ନବରଙ୍ଗପୁରର ବିଭିନ୍ନ ଗାଁ ବୁଲିଥିଲେ। ଏହାପରେ ଏହି ଘୋଷଣା ହୋଇଛି। ନବରଙ୍ଗପୁରରେ ବାଲ୍ୟ ବିବାହ ହାର ୨୬ ପ୍ରତିଶତରୁ ଅଧିକ। ଏଠାରେ ଉଭୟ ଗରିବ ଏବଂ ସ୍ବଚ୍ଛଳ ବର୍ଗ ପରିବାର ୧୫-୧୬ ବର୍ଷରୁ ଝିଅ ମାନଙ୍କୁ ବିବାହ କରାଇ ଦେଇଥାଆନ୍ତି। ଏହାକୁ ନେଇ ଏହି ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍