March 11, 2026

ବିଂଝାରପୁର ବ୍ଲକରେ ଦୁର୍ନୀତି ଅଭିଯୋଗରେ ୩ ସରକାରୀ ଅଧିକାରୀ ନିଲମ୍ବିତ

 

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତିନି ସରକାରୀ ଅଧିକାରୀ ନିଲମ୍ବିତ ହୋଇଥିବା ଜଣାଯାଇଛି। ଏହି ତିନି ଅଧିକାରଙ୍କୁ ଯାଜପୁର ଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତର ପିଇଓ ପ୍ରକାଶ କୁମାର ଜେନା, ଜିଆରଏସ ପାର୍ଥସାରଥୀ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର କୁମାର ପାତ୍ରଙ୍କୁ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ପଞ୍ଚାୟତରେ ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇ ଆସୁଥିଲା।

Spread the love