
ଉଦଳା ୭।୮: ଏମିତି ବି ଆସେ ମୃତ୍ୟୁ । ବିଲରୁ କାମ କରି ଫେରୁଥିବା ବେଳେ ରାସ୍ତାରେ ହେଲା ବଜ୍ରପାତ । ଆଉ ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟା ଥାନା ତଳକୁଣ୍ଡା ଗ୍ରାମରେ । ତଳକୁଣ୍ଡା ଗ୍ରାମର ଜୟଦେବ ମହାନ୍ତ ଶନିବାର ଅପରାହ୍ନରେ ନିଜ ବିଲରୁ କାମ ସାରି ଫେରୁଥିଲେ । ରାସ୍ତାରେ ଜୟଦେବ ଆସୁଥିବା ବେଳେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ସେ ଗୁରୁତର ହୋଇ ରାସ୍ତାରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖିପାରି ତାଙ୍କୁ ଚିକିତ୍ସା ନିମନ୍ତେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖୁଣ୍ଟା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍