
ଭଦ୍ରକ ୩।୮: ଭଦ୍ରକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସର ଆକ୍ସନ । ୫ ଜଣ ଅଭିଯୁକ୍ତ ଗିରଫ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭାଣ୍ଡରିପୋଖରୀ ଥାନା ମଞ୍ଜୁରୀରୋଡ଼ଠାରେ ଭଦ୍ରକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଦୀପ୍ତିସୂର୍ଯ୍ୟ ଭରତେନ୍ଦୁ ବିଶ୍ବାଳଙ୍କୁ ୨୫ ଜୁଲାଇରେ ଆକ୍ରମଣ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ଉଭୟ ପକ୍ଷରୁ ଭାଣ୍ଡରିପୋଖରୀ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ଏହି ଘଟଣାରେ ବିଜୁ ଛାତ୍ର ଜନତା ଦଳ ସଭାପତିଙ୍କ ସହ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ଅନ୍ୟପଟେ ବିପରୀତ ଗୋଷ୍ଠୀର କିଛି ଲୋକ ମଧ୍ୟ ଆହତ ହୋଇଥିବା ନେଇ ଅଭିଯୋଗ କରିଥିଲେ । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଭାଣ୍ଡରିପୋଖରୀ ପୋଲିସ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍