February 15, 2026

ଭାରତୀୟ ସେୟାର ବଜାରରେ କଳା ଶୁକ୍ରବାର

 

ମୁମ୍ବଇ: ଭାରତୀୟ ସେୟାର ବଜାରରେ ଶୁକ୍ରବାର ଆଶାତୀତ ଭାବେ ହ୍ରାସ ଘଟିଛି। କାରବାର ଆରମ୍ଭର ମାତ୍ର କିଛି ସମୟ ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସମ୍ବେଦୀ ସୂଚକାଙ୍କ ୧୪୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହାଦ୍ବାରା ଅନେକ କମ୍ପାନୀର କୋଟି କୋଟି ଟଙ୍କା କ୍ଷତି ଘଟିଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରରେ କୋଭିଡ଼୍‌ ସଂକ୍ରମଣ ବୃଦ୍ଧି ଏବଂ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଥିନେଇ ସତର୍କ କରାଯିବା ପରେ ତା’ର ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିବା କୁହାଯାଉଛି।

Spread the love