September 19, 2024

Satya News

odia news channel

ଭାରତ ନିର୍ମିତ ତେଜସ୍‍ ଲଢ଼ୁଆ ଯୁଦ୍ଧ ବିମାନ କିଣିବ ଆର୍ଜେଣ୍ଟିନା : ଜୟଶଙ୍କର

 

ଡେସ୍କ : ଭାରତରେ ନିର୍ମିତ ତେଜସ୍‍ ଲଢ଼ୁଆ ଯୁଦ୍ଧ ବିମାନ କ୍ରୟ କରିବାକୁ ଆର୍ଜେଣ୍ଟିନା ଇଚ୍ଛା ପ୍ରକାଶ କରିଛି । ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ତେଜସ୍‍ ଯୁଦ୍ଧ ବିମାନ କିଣିବା ପାଇଁ ଆର୍ଜେଣ୍ଟିନାର ଆଗ୍ରହ ବିଷୟରେ ଜଣାଇଛନ୍ତି । ଶ୍ରୀ ଜୟଶଙ୍କର ଓ ଆର୍ଜେଣ୍ଟିନା ବୈଦେଶିକମନ୍ତ୍ରୀ ସାଣ୍ଟିଆଗୋ କାଫିୟେରୋ’ ବୁଏନସ୍‍ ଏୟାର୍ସରେ ଅନୁଷ୍ଠିତ ମିଳିତ କମିଶନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ସମୟରେ ଦୁଇ ନେତା ପ୍ରତିରକ୍ଷା, ପରମାଣୁ ଶକ୍ତି, ମହାକାଶ, ଔଷଧ, ବିଜ୍ଞାନ ଓ ବୈଷୟିକ ଜ୍ଞାନ, ଯୋଗ, ଜଳବାୟୁ ପରିବର୍ତ୍ତନ ଓ ଅର୍ଥନୈତିକ ସହଯୋଗ ଭଳି ବିଷୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ ୨୦୨୧ରେ ୫୭୦ କୋଟି ଡଲାରରେ ପହଞ୍ଚି ଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଭାରତ’ ଆର୍ଜେଣ୍ଟିନାର ଚତୁର୍ଥ ବୃହତ୍‍ ବାଣିଜ୍ୟ ଭାଗିଦାର ରାଷ୍ଟ୍ର ରହିଛି ।

Spread the love