July 8, 2025

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ୱେରହାଉସର ପୂର୍ବତନ ଅଧୀକ୍ଷକ

 

ଟିଟିଲାଗଡ଼: ଭିଜିଲାନସ ଜାଲରେ ଟିଟିଲାଗଡ଼ ୱେରହାଉସର ପୂର୍ବତନ ଅଧୀକ୍ଷକ ଗଣପତି ପୁରୋହିତ। ଆର୍ୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚାରୋଟି ଜାଗାରେ ଚଢଉ କରିଛି। ବଲାଙ୍ଗୀର ସହର ପ୍ୟାଲେସ ଲାଇନ ଠାରେ ଥିବା ଘର, ନୂଆ ଭାବରେ ତିଆରି ହୋଇଥିବା ଦୁଇଟି ଘର ଏବଂ ତାଙ୍କ ସ୍ତ୍ରୀଙ୍କ ଅଫିସରେ ଏକକାଳୀନ ଚଢଉ ଜାରି ରହିଛି।

ଚଢଉରେ ବଲାଙ୍ଗୀର, ସୋନପୁର, ବରଗଡ଼ ଏବଂ ସମ୍ୱଲପୁରର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି।  ତାଙ୍କ ଘର ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର ଅସ୍ଥାବର ସଂପତ୍ତିକୁ ନେଇ ଅକଳନ କରୁଛି ଭିଜିଲାନ୍ସ ବିଭାଗ। ଚଢଉ ପରେ ସବିଶେଷ ତଥ୍ୟ ଜଣାପଡ଼ିବ।

Spread the love