July 7, 2025

ମୃତ ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ୍ କାଦିରର ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍

 

କେନ୍ଦ୍ରାପଡା ୨୮।୭: ମୃତ ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ କାଦିର ଓରଫ ମୁନ୍ନା ର ଅନ୍ତିରଣ ଜାମିନ ଆବେଦନକୁ କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ ଖାରଜ କରି ଦେଇଛନ୍ତି। ଏକ ମାମଲାରେ ଚୌଦ୍ୱାର ଜେଲ ରେ ବନ୍ଦୀ ଥିବା ମୁନ୍ନା ନିଜ ମୃତ ବାପାର ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ  ଗତ ୨୬ ତାରିଖରେ ୪୦ ଦିନିଆ ଅନ୍ତରୀଣ ଜାମିନ ଆବେଦନ କରିଥିଲା । ତେବେ ସେ ଜେଲରୁ ସାମୟିକ ମୁକ୍ତ ହେଲେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଏବଂ ତାର ଜୀବନ ପ୍ରତି  ବିପଦ ସୃଷ୍ଟି ହେବା ଆଶଙ୍କା କରି ମାନ୍ୟବର ଜିଲ୍ଲା ଦୌରା ଜଜ୍ ଏହି ଆବେଦନକୁ ଖାରଜ କରି ଦେଇଥିବା ମୁନ୍ନାର ଓକିଲ ରବି ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।

ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ମୁନ୍ନା ୨୦୧୧ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା କରିଥିଲା । ମୁନ୍ନା ନାଁରେ କେନ୍ଦ୍ରାପଡା ଟାଉନ ଥାନାରେ  ୯ ଗୋଟି ମାମଲା ସମେତ ରାଜ୍ୟର ବିଭିନ୍ନ ଥାନାରେ ୧୯ ଗୋଟି ମାମଲା ରହିଛି । ସିମେଣ୍ଟ ବ୍ୟବସାୟୀ ହତ୍ୟା ମାମଲା ସମେତ ଅନ୍ୟ କେତେକ ମାମଲାରେ ମୁନ୍ନା ୨୦୧୧ ମସିହାରୁ ଚୌଦ୍ବାର ଜେଲରେ ବନ୍ଦୀ ଜୀବନ କାଟୁଛି ।

Spread the love