October 23, 2025

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ

 

ଝାରସୁଗୁଡ଼ା: ଝାରସୁଗୁଡ଼ା ବେହେରାମାଲ ଦୁର୍ଗାମନ୍ଦିର ପଛପଟେ ଥିବା ମୁଢ଼ି଼ ମିଲ ଗଳିରେ ଆଜି ସକାଳୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ ଯେ କେହି ଏକ ଧାରୁଆ ଅସ୍ତ୍ରରେ ଯୁବକର ବେକ ଓ ମୁଣ୍ଡରେ ଗଭୀର ଆଘାତ କରି ହତ୍ୟା କରିଛି। ପ୍ରଥମେ ଯୁବକର ପରିଚୟ ମିଳିନଥିବା ବେଳେ ପରେ ତାଙ୍କ ପରିଚୟ ମିଳିଥିଲା। ମୃତ ଯୁବକଙ୍କ ନାମ ବିପିନ ସାହୁ(୩୩) ଓ ତାଙ୍କ ଘର ଝାରସୁଗୁଡ଼ା ସହରର ପୁରୁଣାବସ୍ତିରେ ବୋଲି ଜଣ ପଡ଼ିଛି। ସେ ଏକ ମୋବାଇଲ ଦୋକାନରେ କାମ କରୁଥିବା ବେଳେ ଗତକାଲି ଟଙ୍କା କଲେକ୍ସନ କରିବାକୁ ଯାଇଥିଲେ।

 

ପୁଲିସ ମୃତଦେହ ଜବତ କରି ପଞ୍ଚନାମ ଆରମ୍ଭ କରିଛି। ତାଙ୍କ ପକେଟରୁ ୭୪ ହଜାର ଟଙ୍କା ଓ ଆଧାର କାର୍ଡ ମିଳିଥିବା ଜଣାଯାଇଛି। ତାଙ୍କ ପାଖରେ ଅଢେଇ ଲକ୍ଷ ପାଖାପାଖି ଟଙ୍କା ଥିବା କୁହଯାଉଛି। ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୁଲିସ ସବିଶେଷ ସୂଚନା ଦେଇନାହାନ୍ତି। ଏସପି ବିକାଶ ଚନ୍ଦ୍ର ଦାଶ, ଏସ ଡି ପି ଓ ନିର୍ମଳ ମହାପାତ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Spread the love