August 23, 2025

ରାଜପଥ ହେଲା କର୍ତ୍ତବ୍ୟ ପଥ

 

ନୂଆଦିଲ୍ଲୀ: କର୍ତ୍ତବ୍ୟ ପଥ ନାମରେ ନାମିତ ହେଲା ଦିଲ୍ଲୀର ଐତିହାସିକ ରାଜପଥ। ନୂଆଦିଲ୍ଲୀ ନଗରପାଳିକା ପରିଷଦ ବୁଧବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ। ଏହି ସମୟରେ ସେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ।

କର୍ତ୍ତବ୍ୟ ପଥ ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନରୁ ଆରମ୍ଭ ହୋଇ ବିଜୟ ଚୌକ୍, ଇଣ୍ଡିଆ ଗେଟ୍, ପରେ ନୂଆଦିଲ୍ଲୀ ଦେଇ ଯାଇ ଲାଲ କିଲ୍ଲାରେ ଶେଷ ହୋଇଛି। ପ୍ରତ୍ୟେକ ଥର ଜାନୁଆରୀ ୨୬ରେ ଏହି ରାସ୍ତାରେ ସାଧାରଣତନ୍ତ୍ର ଦିବସ ପରେଡ ହୋଇଥାଏ। ପ୍ରାୟ ସାଢେ ତିନି କିଲୋମିଟରର ଏହି ମାର୍ଗର ଇତିହାସକୁ ଗଲେ, ଏହା ପ୍ରଥମେ କିଙ୍ଗ୍‌ସୱେ ଏବଂ ପରେ ରାଜପଥ ନାମରେ ନାମିତ ହୋଇଥିଲା।

Spread the love