
କଳାହାଣ୍ଡି ୭।୮: ଶାନ୍ତପୁର କଟାବନ୍ଧରୁ ଲାଞ୍ଜିଗଡ଼ର ଯୁବକଙ୍କ ଶବ ଉଦ୍ଧାର । ହତ୍ୟା ସନ୍ଦେହ କରାଯାଉଛି । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥ ବଡ଼ଧାରପୁର- ଶାନ୍ତପୁର ରାସ୍ତା କଡ଼ରେ ଥିବା ପୋଖରୀ (କଟା)ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଲାଞ୍ଜିଗଡ଼ ସ୍ଥିତ ଆଶ୍ରମ ପଡାର ଦୟା ମୁଣ୍ଡା । ତାଙ୍କ ବୟସ ୪୭ ବର୍ଷ ବୋଲି ଜଣାପଡିଛି।
ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଉଲଗ୍ନ ରହିଥିବା ବେଳେ ତାଙ୍କ ମୁହଁର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ପରିବାର ସଦସ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍