ମସ୍କୋ: କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ରବିବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ମସ୍କୋ ସମୟାନୁସାରେ ସକାଳ ପ୍ରାୟ ୯ଟା ୨୩ ମିନିଟରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ୨୧ ଜଣ ପାରାଚ୍ୟୁଟ୍ ଡାଇଭରଙ୍କ ସମେତ ମୋଟ୍ ୨୩ ଜଣଙ୍କୁ ନେଇ ଯାଉଥିବା ଏଲ୍-୪୧୦ ଟର୍ବୋଲେଟ୍ ବିମାନ ଟାଟାରସ୍ତାନର ମେନଜେଲିନ୍ସ୍କ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଥିବା ୨୩ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କୁ ବିମାନର ଭଗ୍ନାବଶେଷ ମଧ୍ୟରୁ ଗୁରୁତର ଅବସ୍ଥାରେ ଜୀବନ୍ତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
More Stories
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି
ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର