
ଅନୁଗୋଳ, ୦୧/୦୮: ପାଲଲହଡା କୁଞ୍ଜାମ ହୋ ସାହି ନଦୀ ପଠାରେ ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଛି ଖମାର ପୋଲିସ। ମୃତଦେହଟି ବୁଦ୍ଧି ଚାତର(୪୭)ଙ୍କର ବୋଲି ଜଣା ପଡିଛି । କାରଣ ଗତ କାଲି ଠାରୁ ସେ ନିଖୋଜ ଥିଲେ । କୌଣସି କାରଣରୁ ତାଙ୍କୁ କେହି ମାରିଦେଇ ସମାକୋଇ ନଦୀରେ ଫିଙ୍ଗି ଦେଇଥିବା ଘରଲୋକ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ଖମାର ପୋଲିସ ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଛି। ପୋଲିସ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଏବେବି ତାଙ୍କ ସ୍ତ୍ରୀ ମୁନି ଚାତର ଏବଂ ଆଉ ଜଣେ ବ୍ୟକ୍ତି ବୁଦ୍ଧିଆ ଗାଗରାଇ ନିଖୋଜ ଅଛନ୍ତି ବୋଲି ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍