ଗଞ୍ଜାମରେ ସଂକ୍ରମଣ ବୃଦ୍ଧି ପରେ ବ୍ୟବସାୟୀ ସଂଘର ନିଷ୍ପତ୍ତି
- ଗଞ୍ଜାମ ଜିଲ୍ଲାରେ ବନ୍ଦ ରହିବ ଦୋକାନ ବଜାର
- କରୋନା ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ
- ସହରାଞ୍ଚଳରେ ଦ୍ୱିପହର ୨ଟାରୁ ସକାଳ ୫ଟା ଯାଏ ବନ୍ଦ ରହିବ ବଜାର
- ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘର ବଡ଼ ନିଷ୍ପତ୍ତି
- ମେ ୯ ଯାଏଁ ବଳବତ୍ତର ରଖିବାକୁ ଜିଲ୍ଲାପାଳଙ୍କ ନିବେଦନ
ବ୍ରହ୍ମପୁର : ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ । କରୋନା ମାମଲାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଦ୍ୱିପହର ୨ଟାରୁ ୫ ଟା ଯାଏ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳର ଦୋକାନ ବଜାର । ଆସନ୍ତା ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ । ଏହି ଅବଧି ଯାଏଁ ଜିଲ୍ଲାର ସହରାଞ୍ଚଳରେ ଦୋକାନ ସମେତ ବଜାର ବନ୍ଦ ରହିବ । ତେବେ ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ଜିଲ୍ଲାପାଳ ସ୍ୱାଗତ କରିଛନ୍ତି । ସେହିପରି ଲୋକମାନଙ୍କୁ ଏନେଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ସେପଟେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ଅନଲାଇନରେ ଆରମ୍ଭ ହେବ ପଞ୍ଜୀକରଣ । ଅପରାହ୍ନ ୪ଟାରୁ ଟିକା ପଞ୍ଜୀକରଣ ଆରମ୍ଭ ହେବ । ଟିକାକରଣ ପାଇଁ କୋୱିନ୍ ପୋର୍ଟାଲରେ କରିହେବ ପଞ୍ଜୀକରଣ । ଆରୋଗ୍ୟ ସେତୁ ଓ ଉମଙ୍ଗ ଆପରେ ବି ହୋଇପାରିବ ପଞ୍ଜୀକରଣ । ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ । ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅର୍ଡର ଦେଇସାରିଛି । କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି ।
ସେହିପରି ରାଜ୍ୟରେ ଆଜି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରୁ ୮୩୮୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି।
More Stories
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ
ସଞ୍ଜୟ ସିଂହଙ୍କ ବିରୋଧରେ ୧୦୦ କୋଟିର ମାନହାନୀ କେସ୍
ବିଦା ହେଲେ ବିଷ୍ଣୁପଦ