
??????????
ଜମ୍ମୁ : ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ସହରରେ ବୁର୍ଖା ପିନ୍ଧି ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିବା ମହିଳାଙ୍କ ପରିଚୟ ମିଳିଛି। ସେ ଲଶ୍କର-ଇ-ତାଇବା ସହିତ ଜଡିତ ବୋଲି ଜଣାପଡିଛି । ବୁଧବାର ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି, ଆକ୍ରମଣକାରୀ ଜଣେ ମହିଳା, ଯାହାର ପରିଚୟ ମିଳିଛି। ତାଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ।
ବୁର୍ଖା ପିନ୍ଧି ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିବା ମହିଳା ଲଶ୍କର-ଇ-ତାଇବା ସହ ଜଡିତ ଥିବା ସହ ପୂର୍ବରୁ ସେ ଅନେକ ଅପରାଧିକ ମାମଲାରେ ଜଡିତ ଥିବା ଜଣାପଡିଛି। ତାଙ୍କୁ ଧରିବା ପାଇଁ ପୁଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅଭିଯାନ ଜାରି ରଖିଛନ୍ତି।
ସୂଚନା ଯୋଗ୍ୟ, ବୁର୍ଖା ପିନ୍ଧିଥିବା ଜଣେ ମହିଳା ମଙ୍ଗଳବାର ସନ୍ଧ୍ୟାରେ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ସହରରେ ପେଟ୍ରୋଲ ବୋମା ସହିତ ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ବୋଲି ସୂଚନା ମିଳିଛି। ଏହି ଘଟଣାଟି ସିସିଟିଭିରେ କଏଦ ହୋଇଥିଲା । ଆକ୍ରମଣକାରୀଙ୍କ ଫଟୋ ସିସିଟିଭିରେ ରେକର୍ଡ କରାଯାଇଥିଲା। ଯାହାର ଭିଡିଓ ସାମ୍ନାକୁ ଆସିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍