September 15, 2025

ସ୍ପୁଟନିକ୍ ଲାଇଟକୁ ଜରୁରୀ ବ୍ୟବହାର ଅନୁମତି

 

ନୂଆଦିଲ୍ଲୀ : ଗୋଟିଏ ପାନ ବିଶିଷ୍ଟ କରୋନା ଟିକା ସ୍ପୁଟନିକ୍ ଲାଇଟକୁ ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜରୁରୀ ବ୍ୟବହାର ଅନୁମତି ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରବିବାର ସୂଚନା ଦେଇଛନ୍ତି। ମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି ଯେ ଏହା ଦେଶର ୯ମ କରୋନା ଟିକା। ଏହାକୁ ଜରୁରୀ ଅନୁମତି ଦ୍ବାରା ଦେଶ କରୋନା ମହାମାରୀ ବିରୋଧରେ ଲଢିବାକୁ ଅଧିକ ଶକ୍ତି ପାଇପାରିବ। ଗତ ସପ୍ତାହରେ କେନ୍ଦ୍ରୀୟ ଔଷଧ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଏହି ଟିକାକୁ ଜରୁରୀ ବ୍ୟବହାର ଅନୁମତି ଦେବାକୁ ସୁପାରିସ କରିଥିଲା। କରୋନାର ଅନ୍ୟ ଟିକାର ଦୁଇଟି ଲେଖାଏଁ ପାନ ନେବାକୁ ପଡୁଥିବାବେଳେ ଏହି ଟିକାକୁ ଗୋଟିଏ ପାନ ନେବାକୁ ହେବ।

Spread the love