September 14, 2025

ହଟିଲା କଟକଣା: ଓଡ଼ିଶା ଆସିବା ପାଇଁ ଦରକାର ନାହିଁ କୋଭିଡ ନେଗେଟିଭ ରିପୋର୍ଟ

 

ଭୁବନେଶ୍ବର: ହଟିଲା କରୋନା କଟକଣା। ଓଡ଼ିଶା ଆସିବା ପାଇଁ ଏବେ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ। କରୋନା ସଂକ୍ରମଣ କମିବା ପରେ କଟକଣା ହଟାଇଲେ ଓଡ଼ିଶା ସରକାର। ଏବେ ଓଡ଼ିଶା ଆସିବା ପାଇଁ ଲୋକଙ୍କୁ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କରୋନାର ଦ୍ବିତୀୟ ଲହର ସମୟରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କିଛି କଟକଣା ଲଗାଇଥିଲେ। ଓଡ଼ିଶା ଆସୁଥିଲେ ଯାତ୍ରୀଙ୍କୁ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ୁଥିଲା। ରିପୋର୍ଟ ପଜିଟିଭ ଆସୁଥିଲେ ଯାତ୍ରୀମାନେ ଓଡ଼ିଶା ଆସିପାରୁନଥିଲେ। ହେଲେ ଏବେ ସଂକ୍ରମଣ କମ ହେବା ସହ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ଏହି କଟକଣା ହଟାଇଛନ୍ତି। ଏବେ ଓଡ଼ିଶା ଆସିବା ପାଇଁ ଲୋକଙ୍କୁ ନିଜର ଆଣ୍ଟିଜେନ ଓ ଆରଟିପିସିିଆର ପରୀକ୍ଷା କରାଇବାକୁ ପଡ଼ିବ ନାହିଁ।

Spread the love