July 13, 2025

ହେବ ନା ନାହିଁ UG/PG ପରୀକ୍ଷା ? କୁଳପତିଙ୍କ ସମ୍ମିଳନୀ ପରେ ଉତ୍ତର ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

 

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପିଲାଙ୍କ ପାଠପଢା ଗୁରୁତର ବ୍ୟାହତ ହୋଇଛି। ମହାମାରୀ ସଙ୍କଟକୁ ଦୃଷ୍ଟିରେ CBSE, CISCEର ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିବା ପରେ ରାଜ୍ୟ ବୋର୍ଡ ମଧ୍ୟ ୧୦ମ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି। ତେବେ  UG/PG ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା। ପରୀକ୍ଷା ହେବ କି ନାହିଁ ସେ ବିଷୟରେ ଆଲୋଚନ କରିବା ପାଇଁ ଆଜି କୁଳପତିମାନଙ୍କର ବୈଠକ ହୋଇଥିଲା। ଏହା ପରେ ପରୀକ୍ଷା ନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି, କରୋନା ସତ୍ତ୍ୱେ ଏବର୍ଷ ହୋଇପାରେ ସ୍ନାତକ ଓ ପିଜି ପରୀକ୍ଷା । ଆଜି କୁଳପତି ସମ୍ମିଳନୀରେ ଗତବର୍ଷ କିପରି ପରୀକ୍ଷା ହୋଇଥିଲା ସେ ନେଇ ଆଲୋଚନା ହୋଇଥିଲା । ଏହାପରେ ପରେ ସ୍ନାତକ ଓ ପିଜି ପରୀକ୍ଷା ପ୍ରାୟତଃ ହେବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ

କୁଳପତିମାନେ ଆଲୋଚନା ପରେ କହିଥିଲେ, ୭ ଦିନ ମଧ୍ୟରେ କୁଳପତିମାନେ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ । ଏହା ପରେ ୧୮ ତାରିଖ ଦିନ ଆଉଥରେ ବୈଠକ କରାଯିବ। ସେ ଦିନ ପରୀକ୍ଷା ନେଇ ଚୂଡାନ୍ତି ନିଷ୍ପତ୍ତି ନିଆଯିବ। ତେବେ ଆଜିର କୁଳପତିଙ୍କ ଆଲୋଚନା ପରେ ଯାହା ଜଣାଯାଇଛି, ପରୀକ୍ଷା ପ୍ରାୟତଃ ହେବ। କାରଣ ପରୀକ୍ଷା ହେବା ଉଚିତ। ତେଣୁ ପିଲାମାନେ ପାଠପଢା ଜାରି ରଖିବା ଉଚିତ୍‌ ହେବ ବୋଲି କହିଥିଲେ  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

Spread the love