September 12, 2025

୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ

 

ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ୧୦୬ କୋଟି ଟଙ୍କାର ଜାଲ୍ ବିଲ୍। ଛାତ୍ର, ଗୃହିଣୀ ଏପରିକି ଚାଷୀଙ୍କ ନାଁରେ ୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ। ଖୋର୍ଦ୍ଧା ବେଗୁନିଆରୁ ଏଭଳି ଜଣେ ଧୂୂର୍ତ୍ତ ବ୍ୟବସାୟୀକୁ ଗିରଫ କରିଛିି ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ୱିଙ୍ଗ। ସେପଟେ ଢେଙ୍କାନାଳରେ ଧରାପଡିଛି ଜଣେ ବ୍ୟାଙ୍କ୍ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ କାରସାଦି  ଗ୍ରାହକଙ୍କୁ ଚୁନା ଲଗାଇ ବାବୁ ଲକ୍ଷ ଲକ୍ଷ ଟଙ୍କା କ୍ରେଡିଟ୍ କାର୍ଡ ଠକାମି କରିଚାଲିଥିବା ବେଳେ ଅତ୍ୟଧିକ ଚାଲାକିରୁ ଧରାପଡ଼ି ଗିରଫ ହୋଇଛନ୍ତି।

ନକଲି କମ୍ପାନୀ , ଅସଲି ଠକେଇ କୋଟି କୋଟିର ଟିକସ ଫାଙ୍କିଛନ୍ତି ଏସ୍‌ଆର ଏଣ୍ଟରପ୍ରାଇଜେସ୍‌ର ମାଲିକ ସ୍ମୃତିରଞ୍ଜନ ସାହୁ। ବର୍ଷ ବର୍ଷର ଚୋର ପୁଲିସ ଖେଳ ପରେ ବାବୁ ପଡିଛନ୍ତି ଜିଏସଟି କବ୍‌ଜାରେ। ଛାତ୍ର, ଗୃହିଣୀ, ଡ୍ରାଇଭର, ଚାଷୀ ଓ ବେକାରୀଙ୍କ ନାଁରେ ହୋଇଥିଲା ଫାର୍ମ ରେଜିଷ୍ଟ୍ରେସନ। ଗୋଟିଏ କି ଦୁଇଟି ନୁହେଁ, ୧୪ଟି ଫେକ୍ କମ୍ପାନୀ ଅନୁଗୁଳ, ପୁରୀ, ରାଉରକେଲା, ଭୁବନେଶ୍ୱର, ଜଗତସିଂହପୁର ଓ ଯାଜପୁର ଲୋକଙ୍କ ପରିଚୟ ପତ୍ରକୁ ନେଇ ଚାଲିଥିଲା ୪୨୦।
ସେହିପରି ମନୋଜ ପଟ୍ଟନାୟକ ଢେଙ୍କାନାଳ HDFC ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର। ବ୍ୟାଙ୍କର ୪୨୦ ବାବୁଙ୍କ କାରସାଦି ଟିକେ ଅଲଗା ପ୍ରକାରର। ଗ୍ରାହକଙ୍କ ସେବା ପାଇଁ ନିଯୁକ୍ତି ପାଇଥିବା ଏହି ବ୍ୟାଙ୍କର ଜଣକ ଗ୍ରାହକଙ୍କୁ ହିଁ କରିଛନ୍ତି ଟାର୍ଗେଟ୍। କ୍ରେଡିଟ୍ କାର୍ଡ ଫ୍ରଡ୍ କରି ଲୁଟିଛନ୍ତି ଲକ୍ଷାଧିକ ଟଙ୍କା। ବେଶ୍ କିଛି ଦିନ ହେଲା ବେଧଡକ ଚାଲିଥିଲା ଠକେଇ ହେଲେ। ଏବେ ବ୍ୟାଙ୍କର ବାବୁଙ୍କ ପୋଲ ଖୋଲିଯାଇଛି। କ୍ରେଡିଟ୍ କାର୍ଡ ନଥାଇ ଜଣେ ବ୍ୟକ୍ତିଙ୍କୁ ଆସିଥିଲା ୩ ଲକ୍ଷ ଟଙ୍କାର ବିଲ୍। ଅନ୍ୟ ଜଣେ ଗ୍ରାହକ, କ୍ରେଡିଟ୍ କାର୍ଡ ସରେଣ୍ଡର କରିବା ପରେ ବି ତାଙ୍କ ପାଖକୁ ଆସିଛି ୭୦ ହଜାର ଟଙ୍କାର ବିଲ୍। ଥାନାରେ ଅଭିଯୋଗ ପରେ ବନ୍ଧା ହୋଇଛନ୍ତି ଆସିଷ୍ଟାଣ୍ଟ ମ୍ୟାନେଜର।
Spread the love