ଭୁବନେଶ୍ୱର: ବନ୍ଦ ହୋଇଥିବା ୧୫ଟି ବିଏଡ୍ କଲେଜରେ ନାମଲେଖା ପ୍ରସଙ୍ଗରେ NCTEର ଅନୁମତି ମାଗିଲା ବିଭାଗ। ଆବଶ୍ୟକ ଭିତ୍ତିଭୂମି ନ ଥିବା କହି ୧୫ଟି କଲେଜକୁ ବନ୍ଦ କରିବା ପାଇ ନିର୍ଦ୍ଦେଶ ଦେବା ପରେ ଛାତ୍ରଛାତ୍ରୀମାନେ ହତାଶ ହୋଇ ପଡ଼ିଥିଲେ। ଏବେ ଏସବୁ କଲେଜରେ ନାମ ଲେଖା ପାଇଁ ଅନୁମତି ଦେବାକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।
ଓଡ଼ିଶାରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବାରୁ ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ୧୫ଟି ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ନାମଲେଖା ଉପରେ ନ୍ୟାସନାଲ କାଉନ୍ସିଲ୍ ଅଫ୍ ଟିଚର ଏଜୁକେସନ NCTE ପକ୍ଷରୁ କଟକଣା ଜାରି ହୋଇଥିଲା। ଯେଉଁଥିପାଇଁ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଥିଲେ। ତେବେ ୨୦୨୧-୨୨ ଶିକ୍ଷାବର୍ଷରୁ ଉକ୍ତ ୧୫ଟି ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ ସରକାରୀ ବିଏଡ୍ କଲେଜ ଇତି ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଆସିଛି । ଏହା ଜୁନ୍ ପହିଲାରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି । ତେଣୁ ୨୦୨୧-୨୨ ଶିକ୍ଷାବର୍ଷରୁ ଉକ୍ତ ୧୫ଟି ଶିକ୍ଷା ତାଲିମ ପ୍ରତିଷ୍ଠାନରେ ନାମଲେଖା ଲାଗି ଅନୁମତି ଦେବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର NCTE ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ସୂଚନା ଥାଉ କି, ଏହି ସବୁ ଅନୁଷ୍ଠାନଗୁଡିକରେ ଅଧ୍ୟାପକ ନଥିବାରୁ ୨୦୨୦-୨୧ ବର୍ଷରେ ନାମଲେଖା ବନ୍ଦ ହୋଇଥିଲା । ତେବେ ଉଚ୍ଚ ଶିକ୍ଷା ବିଭାଗ ଅଧିନକୁ ଏହି ସବୁ ଅନୁଷ୍ଠାନ ଏବେ ଆସି ଯାଇଛି। ଏଥିସହତ ଉକ୍ତ କଲେଜଗୁଡିକରେ ଖାଲିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି।
ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କଲେଜ ଗୁଡିକରେ ସିଟ କମାଇ ଆଡ଼ମିଶନ ଦେବାକୁ ପ୍ରସ୍ତାବ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ୨୦୨୧-୨୨ ଶିକ୍ଷାବର୍ଷରୁ ବିଏଡ୍ ସହ ଏମ୍ ଏଡ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁମତି ପ୍ରଦାନ କରିବାକୁ ଚିଠି ଲେଖାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍