
ମାଲକାନଗିରି ୧୭।୧୧: ଦୀର୍ଘ ୮ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଇଞ୍ଜିନିୟର ଅଜୟ ରୋଶନ ଲାକ୍ରା । ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଗତ ଗୁରୁବାର ଦିନ ମାଓବାଦୀମାନେ ଇଞ୍ଜିନିୟର ଅଜୟ ରୋଶନ ଲାକ୍ରାଙ୍କୁ ଅପହରଣ କରିଥିଲେ ।
ଅପହରଣ ପରଠାରୁ ସ୍ବାମୀଙ୍କ ଜୀବନ ବଞ୍ଚାଇବା ଲାଗି ତାଙ୍କ ସ୍ତ୍ରୀ ଅର୍ପିତ ଲାକ୍ରା ନିଜ ତିନି ବର୍ଷର ଶିଶୁକୁ ନେଇ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲ ଘୁରି ବୁଲୁଥିଲେ । ଶେଷରେ ସ୍ଥାନୀୟ ଆଦିବାସୀ ସଂଗଠନ ମାଧ୍ୟମରେ ନକ୍ସଲ ଶିବିରରେ ପହଞ୍ଚିଥିଲେ ଅର୍ପିତା । ଆଉ ପ୍ରଜା ମେଳିରେ ବିଚାର ପରେ ସୁରକ୍ଷିତ ଅବସ୍ଥାରେ ଅଜୟ ରୋଶନ ଲାକ୍ରାଙ୍କୁ ମାଓବାଦୀମାନେ ଛାଡି ଦେଇଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍