March 12, 2026

 

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତା ୯ ତାରିଖ ସନ୍ଧ୍ୟାରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହେବ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ଟେଣ୍ଡର୍‌ ଉପରେ କ୍ୟାବିନେଟ୍‌ ମୋହର ବାଜିବାର ସମ୍ଭାବନା ରହିଛି। ଏହା ସହ ଆଉ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ କ୍ୟାବିନେଟ୍‌ରେ ଆସିବ। ଭୁବନେଶ୍ବରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରୁ ଓ ନିଜ ନିର୍ବାଚନମଣ୍ଡଳୀରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ କ୍ୟାବିନେଟ୍‌ ବୈଠକରେ ସାମିଲ ହେବେ।

Spread the love