October 18, 2024

Satya News

odia news channel

ଅଗ୍ନିପଥକୁ ବିରୋଧ କରି ଷ୍ଟେସନ୍‌ରେ ପୋଡାଜଳା ଘଟଣା – ସିକନ୍ଦରାବାଦରେ ୪୦ରୁ ଊର୍ଦ୍ଧ୍ୱ ଯୁବକ ଗିରଫ

ସିକନ୍ଦରବାଦ- ଅଗ୍ନିପଥ ଯୋଜନାକୁ ବିରୋଧ କରି ସିକନ୍ଦରାବାଦ ଷ୍ଟେସନ୍‌ରେ ପୋଡା ଜଳା କରିବା ସହ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ପୁଲିସ ୪୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେନାରେ ଭର୍ତ୍ତି ପାଇଁ ତାଲିମ ଦେଉଥିବା ବିଭିନ୍ନ କୋଚିଂ ସଂସ୍ଥା ଏହି ହିଂସାକୁ ଉସକାଇଥିବା ସନ୍ଦେହ କରାଯାଉଛି ।

ହିଂସାକାଣ୍ଡ କରିଥିବା ବିଭିନ୍ନ ଯୁବକଙ୍କୁ ସିସିଟିଭିରୁ ଚିହ୍ନଟ କରାଯାଇଥିଲା । ପ୍ରଥମେ ସିକନ୍ଦରାବାଦ ଷ୍ଟେସନ୍‌ ଭିତରକୁ ପ୍ରାୟ ୩୦ ଜଣ ବିକ୍ଷୋଭକାରୀ ଧସେଇ ପଶିଥିଲେ ପେର ଏହି ସଂଖ୍ୟା ବୃଦ୍ଧି ପାଇ ୨ ହଜାରରେ ପହଞ୍ଚିଥିଲା । ଏମାନେ ବ୍ୟାପକ ଭଙ୍ଗାରୁଜା ସହ ଟ୍ରେନ୍‌ମାନଙ୍କରେ ପୋଡାଜଳା କରିଥିଲେ ।

ହିଂସା ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଗୁଳି ଚଲାଇବା ପାଇଁ ପଡିଥିଲା । ଏଥିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇଥିଲେ । ଏହି ସବୁ ହିସାଂ ପଛରେ ସେନା ଭର୍ତ୍ତି ପାଇଁ କୋଚିଂ ଦେଉଥିବା ବିଭିନ୍ନ କୋଚିଂସଂସ୍ଥାଙ୍କ ହାତ ରହିଥିବା କଥା ପୁଲିସ ସନ୍ଦେହ କରୁଛି।

Spread the love