January 23, 2026

ଅଗ୍ନି ପ୍ରାଇମ୍‍ର ସଫଳ ପରୀକ୍ଷା

 

ଭୁବନେଶ୍ୱର: ଭାରତର ପ୍ରତିରକ୍ଷା ବିଭାଗ ପକ୍ଷରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଆଜି ସଫଳତାର ସହିତ ପରୀକ୍ଷା କରାଯାଇଛି। ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ଚାନ୍ଦିପୁର ପରୀକ୍ଷଣ ସ୍ଥଳରୁ ଶନିବାର ପୂର୍ବାହ୍ନରେ ଏହାର ପରୀକ୍ଷା କରାଯାଇଥିବା ଜଣାଯାଇଛି। ସରକାରୀ ସୂତ୍ରରୁ କୁହାଯାଇଛି ଯେ ଅଗ୍ନି ପ୍ରାଇମ ହେଉଛି ଅଗ୍ନି କ୍ଷେପଣାସ୍ତ୍ର ଶ୍ରେଣୀର ଏକ ନୂଆ ପିଢିର ଏବଂ ଉନ୍ନତ ସଂସ୍କରଣ। ଏହାର ଲକ୍ଷ୍ୟଭେଦ କ୍ଷମତା ୧ହଜାରରୁ ୨ହଜାର କିଲୋମିଟର ରହିଛି। ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ ଏହି କ୍ଷେପଣାସ୍ତ୍ରରେ ଅନେକ ନୂତନ ବୈଶିଷ୍ଟ୍ୟ ସନ୍ନିବେଶିତ କରାଯାଇଛି। ପରୀକ୍ଷଣ ସମୟରେ ଏହା ଲକ୍ଷ୍ୟସ୍ଥଳକୁ ସଠିକ ଭାବରେ ଭେଦ କରିବା ସହିତ ଏହାକୁ ନେଇ ରଖାଯାଇଥିବା ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି।

Spread the love