February 15, 2026

ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ ଆଜି!

 

ବାଲେଶ୍ବର/ଚାନ୍ଦବାଲି : ବଙ୍ଗୋପସାଗର ଉପକୂଳ ଅନ୍ତର୍ଗତ ଭଦ୍ରକ ଚାନ୍ଦବାଲିଠାରେ ଥିବା ଅବଦୁଲ କଲାମ୍‌ ଦ୍ବୀପରୁ ଆଜି ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ରୁ ୧୦୦୦ କିଲୋମିଟର। ସ୍ବଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି।

ଏହା ପୂର୍ବରୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ଏକାଧିକ ଥର ଏହାର ସଫଳ ବ୍ୟାବହାରିକ ପରୀକ୍ଷଣ କରିଛି। ଅଗ୍ନି-୧ ଲକ୍ଷ୍ୟଭେଦ କ୍ଷମତା ଭିତରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି। ଏହି କ୍ଷୀପ୍ର ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଦୁଇଦିନ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଦେଇଛି। ଅବଦୁଲ କଲାମ୍‌ ଦ୍ବୀପ ସମେତ ସମୁଦ୍ରରେ ତଟରକ୍ଷୀ ବାହିନୀ ପକ୍ଷରୁ କଡ଼ା ପହରା ଜାରି ରହିଛି। ପାଗ ଅନୁକୂଳ ରହିଲେ ଆଜି ଏହି ପରୀକ୍ଷଣ ହେବ କିମ୍ବା ତା ପରଦିନ ହେବ ବୋଲି ଜଣାପଡ଼ିଛି।

Spread the love