December 4, 2024

Satya News

odia news channel

ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ

 

ବାରଙ୍ଗ ୨୯।୭: ଆଜି ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜନସଚେତନ କରିବା ଉଦ୍ଦେଶ୍ୟ ପାଇଁ ନନ୍ଦନକାନନରେ ପାଳନ କରାଯାଇଥାଏ । ବିଶ୍ବବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବାଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନ ସୃଷ୍ଟି କରିବା ପାଇଁ ୨୦୧୦ ମସିହାରେ ଋଷ ଦେଶର ସେଣ୍ଚପିଟର ସହରରେ ପ୍ରଥମେ ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ ପାଳନ କରାଯାଇଥିଲା ।

ସେବେଠାରୁ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହେବା ସହିତ ନନ୍ଦନକାନନରେ ମଧ୍ୟ ଏହି ଦିବସ ଅତି ଆଡମ୍ବର ଭାବେ ପାଳିତ ହୋଇଥାଏ। କରୋନା କଟକଣା ଯୋଗୁଁ ଗତବର୍ଷଠାରୁ ଏହି ଦିବସକୁ ଅନଲାଇନ୍ ରେ ପାଳନ କରିବାକୁ ପଡୁଛି । ଗୁରୁବାର ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦୁଇ ସ୍ତରରେ ବିଭକ୍ତ କରି ସେମାନଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଉଛି ।

Spread the love