
ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କ ପାଦ ଖସି ଯିବାରୁ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇଯାଇଥିଲା। ଏହି କାରଣରୁ ଉକ୍ତ ମହିଳାଙ୍କୁ ୯ବର୍ଷ ଜେଲଦଣ୍ଡ ହୋଇଥିଲା।
୯ବର୍ଷ ଜେଲଦଣ୍ଡ ଭୋଗିବା ପରେ ସାରା ରୋଗେଇ ଗାର୍ସିଆ କହିଛନ୍ତି, ମୁଁ ୮ମାସର ଅନ୍ତସ୍ବତ୍ତା ଥିବା ବେଳେ ପୋଷାକ ଧୋଉଥିବା ସମୟରେ ସ୍ନାନଘରେ ଗୋଡ଼ ଖସି ଯାଇଥିଲା। ଆଉ ମୁଁ ଅଚେତ ହୋଇପଡ଼ିଥିଲା। ହୋସ ଆସିବାର ୪ଦିନ ପରେ ମୋତେ ୯ବର୍ଷ ପାଇଁ ଜେଲଦଣ୍ଡ ହୋଇଯାଇଥିଲା। ତେବେ ଏହି ଘଟଣାରେ ମୋର କିଛି ହେଲେ ଦୋଷ ନଥିଲା। ଏହା ସତ୍ତ୍ବ ବି ମୋତେ ଏତେ ବର୍ଷ ଜେଲଦଣ୍ଡ କାଟିବାକୁ ପଡ଼ିଥିଲା।
ତେବେ କୁହାଯାଉଛି କି, ସାଲୱାଡୋରରେ ମହିଳାଙ୍କ ଗର୍ଭପାତକୁ ନେଇ କୋଠର ଆଇନ ସବୁ ରହିଛି। ଏହି ଆଇନ ଅନୁଯାୟୀ ଯଦି ଅନ୍ତସତ୍ତ୍ବା ମହିଳାଙ୍କ କୌଣସି କାରଣରୁ ଗର୍ଭପାତ ହୋଇଯାଏ କିମ୍ବା ଗର୍ଭପାତ କରିବାକୁ ଆବଶ୍ୟକ ପଡେ ତେବେ ଏହାର ପରିଣାମ ଗର୍ଭବତୀ ମହିଳାଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ।
ଯେହେତୁ ସାରା ରୋଗେଇ ଗାର୍ସିଆଙ୍କ ଗୋଡ଼ ଖସିଯିବାରୁ ତାଙ୍କର ଗର୍ଭପାତ ହୋଇଥିଲା ତେଣୁ ତାଙ୍କୁ ୯ବର୍ଷ ଜେଲଦଣ୍ଡ ହୋଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍