July 13, 2025

ଅମାନିଆଙ୍କଠାରୁ ୧୬ କୋଟିରୁ ଅଧିକ ଫାଇନ୍ ଆଦାୟ ହୋଇଛି

 

ଭୁବନେଶ୍ୱର: ୧୭ ଜିଲ୍ଲାରେ କରୋନା କଟକଣା କୋହଳ ହେବା ପରେ ଲୋକେ ଅଧିକ ସତର୍କ ଓ ସଜାଗ ହେବାକୁ ପଡ଼ିବ । ଏବେ ବି ବହୁ ଲୋକେ ନିୟମ ଖିଲାପ କରୁଛନ୍ତି । ଫଳରେ ଏପ୍ରିଲରୁ ଏବେ ଯାଏଁ ୧୬ କୋଟିରୁ ଅଧିକ ଫାଇନ୍ କଟା ହୋଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅଭୟ । ଏପ୍ରିଲ ପହିଲାଠାରୁ ଏଯାଏ ୫ ଲକ୍ଷ ୩୦ ହଜାର ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେମାନଙ୍କଠାରୁ ମୋଟ ୧୬ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି । କଟକଣା ଉଲ୍ଲଂଘନ କରିବା ନେଇ ୩ ହଜାର ୯୭୯ ଦୋକାନକୁ ସିଲ୍ କରାଯାଇଛି । ଉଲ୍ଲଂଘନକାରୀ ଦୋକାନୀଙ୍କଠାରୁ ୪୭ ଲକ୍ଷ ଫାଇନ ଆଦାୟ ବି ହୋଇଥିବା ଡିଜିପି କହିଛନ୍ତି । ସେପଟେ ଆଜି ବ୍ରହ୍ମପୁର, କଟକ ଗ୍ରାମାଞ୍ଚଳ ଏବଂ ଅନୁଗୁଳ ଏସ୍‌ପି ଜିଲ୍ଲାର ବିଭିନ୍ନ କଟକଣା ସମ୍ପର୍କରେ ସୂଚନା ଦେବା ସହ ସତର୍କ ରହିବାକୁ ଅପିଲ କରିଛନ୍ତି ।

 

ଅନ୍ୟପକ୍ଷେ, ଆଜିଠାରୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ । ନିର୍ଦ୍ଧାରିତ ସମୟରେ ଗାଡ଼ି ଶୋ’ରୁମ୍ ଖୋଲିବା ସହ ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ। ଡିଲରମାନଙ୍କୁ ଏଥିଲାଗି ଅନୁମତି ଦେବା ପାଇଁ ସମସ୍ତ RTOଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।  

Spread the love