July 7, 2025

ଅମାନିଆଙ୍କୁ ଆଉ ନାହିଁ ନିସ୍ତାର, ଏଥର ହେବ କୋଭିଡ଼ ଟେଷ୍ଟ

 

ଭୁବନେଶ୍ୱର ୦୪।୦୭: ଏଥର ଫାଇନ୍‌ ନୁହେଁ , ହେବ କୋଭିଡ଼ ଟେଷ୍ଟ । ଅମାନିଆଙ୍କ ହେଲା କୋଭିଡ ଟେଷ୍ଟ। ସଟଡାଉନରେ ବୁଲୁଥିବା ଅମାନିଆଙ୍କ ଫାଇନ ଆଦାୟ ଅପେକ୍ଷା କରାଯାଉଛି କୋଭିଡ଼ ଆଣ୍ଟିଜେନ ଟେଷ୍ଟ।

ପ୍ରଥମ ଥର ପାଇଁ ବିଏମସି ଉତ୍ତର ଜୋନ ଜେଡିସିଙ୍କ ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି। ଗଜପତି ନଗର ଅଞ୍ଚଳରେ ଏହି ଟେଷ୍ଟ କାରାଯାଉଛି। ୩୦୦ ଜଣ ଲୋକଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବାର ଲକ୍ଷ୍ୟ ରହିଛି। ଏହାସହ ଅଧିକ ରୁ ଅଧିକ ଟେଷ୍ଟିଂ ମଧ୍ୟ ହୋଇପାରିବ ବୋଲି ବିଏମସି ଅଧିକାରୀ କହିଛନ୍ତି। ବିଏମସିର ଏହି ପଦକ୍ଷେପକୁ ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି। କେବଳ ଗୋଟେ ଅଞ୍ଚଳ ନୁହେଁ ଅନ୍ୟ ଅଞ୍ଚଳରେ ମଧ୍ୟ ଏମିତି ଟେଷ୍ଟ କରିବା ପାଇଁ ଲୋକେ ବିଏମସିକୁ ପରାମର୍ଶ ଦେଇଛନ୍ତି।

Spread the love