April 19, 2025

ଅସିତ: ଦର୍ଶକଙ୍କ ଆକର୍ଷଣ

 

ଏହା ଭିତରେ ବିଗ୍ ବଜେଟ୍‌ର ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ ଓ ମିତାଲୀ ଅପା’ ର ନାୟକ ସାଜିଛନ୍ତି ଅସିତ। ହେଲେ ଓଡ଼ିଆ ଚଳଚ୍ଚିତ୍ର ‘ଭୈରବ’ ମାଧ୍ୟମରେ ସେ ପ୍ରଥମେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ‘ନାୟକର ନାଁ ଦେବଦାସ’ରେ ଦେବଦାସ ଭୂମିକାରେ ଅବତୀର୍ଣ୍ଣ ହେଇ ସେ ଦର୍ଶକଙ୍କୁ ଚକିତ କରିଥିଲେ। ଏବେ ଅସିତଙ୍କ ଅଭିନୀତ ସିନେ-ପ୍ଲେ ‘ସଖାରାମ ବାଇଣ୍ଡର’ର ଟିଜର ରିଲିଜ୍ ହୋଇଛି। ଆଉ କିଛିଦିନ ମଧ୍ୟରେ ଏହା ପ୍ରେକ୍ଷାଳୟକୁ ଆସିବ ବୋଲି ଏହାର ମିଡିଆ ପ୍ଲାନର ଅମରେଶ ସୂଚନା ଦେଇଛନ୍ତି।

‘ସଖାରାମ ବାଇଣ୍ଡର’ ଓଡ଼ିଆ ଭାଷାରେ ରୂପାନ୍ତର ହୋଇ ଅନେକ ଥର ମଞ୍ଚସ୍ଥ ହେଇଛି। ହେଲେ ଏହି ନାଟକକୁ ନେଇ ଓଡ଼ିଆ ଭାଷାରେ ପ୍ରଥମ ଥର ପାଇଁ ସିନେମା ତିଆରି ହେଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅସିତ। ଏଥିରେ ବିଭିନ୍ନ ଭୂମିକାରେ ଅଛନ୍ତି ଅସିତ, ଶ୍ବେତା ଆଚାର୍ଯ୍ୟ, ରେଶ୍ମାଞ୍ଜଳି, ସୁଜିତ ପାଇକରାୟ, ପିଣ୍ଟୁ ନନ୍ଦ। ବ୍ରଜଲକ୍ଷ୍ମୀ ମୁଭିଜ଼୍ ପ୍ରଡକ୍ସନ୍ ହାଉସ୍ ନିବେଦିତ ଏବଂ ଭି-ଟ୍ୟୁନ୍‌ସର ତତ୍ତ୍ବାବଧାରକ ସୁନୀଲ ପଟ୍ଟନାୟକଙ୍କ ପ୍ରଯୋଜିତ ଏଇ ସିନେ ନାଟକ ସିନେ-ପ୍ଲେର ଅବତାରଣା ଓଡ଼ିଆରେ ପ୍ରଥମ ଥର ପାଇଁ ପ୍ରୟାସ କରାଯାଇଛି।

Spread the love