March 11, 2026

ଆଉ କଂଗ୍ରେସ ଭିତରେ ହେବନି ଲଢେଇ, ମୋଦି ଓ ନବୀନ ସରକାର ବିରୋଧରେ ହେବ ଲଢେଇ : ସପ୍ତଗିରି ଉଲ୍ଲାକା

 

ଭୁବନେଶ୍ବର ୩୧।୮: କଂଗ୍ରେସ କନ୍ଦଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ କହିଛନ୍ତି ଦଳ ଭିତରେ ଥିବା କନ୍ଦଳ ଦୂର ହୋଇଛି । ଆମେ ସମସ୍ତେ ମିଶି କାମ କରିବୁ। ମୋଦି ଓ ନବୀନ ସରକାର ବିରୋଧରେ ଲଢେଇ କରିବୁ ଆଉ କଂଗ୍ରେସ ଭିତରେ ଲଢେଇ ହେବନି। ଘର କଳି ଯୋଗୁଁ ଲୋକଙ୍କ ଉପରେ ଅନେକ ପ୍ରଭାବ ପଡୁଛି। ପ୍ରଭାରୀଙ୍କୁ ସମସ୍ତେ ନିଜ ନିଜ ଅଭିଯୋଗ ଜଣାଇଛନ୍ତି। ଏଣିକି ସମସ୍ତେ ଏକାଠି ହୋଇ ଲଢିବୁ।

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବିରୋଧରେ ଜଣେ ମହିଳା ଆଣିଥିବା ଅଭିଯୋଗ ଅତ୍ୟନ୍ତ ଗୁରୁତର । ଏହାର ସତ୍ୟତା କେତେ ମୁଁ ଜାଣିନି। କିନ୍ତୁ ନିଜକୁ ସ୍ବଚ୍ଛ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରି ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ।

Spread the love