September 16, 2024

Satya News

odia news channel

ଆଉ ନାହାଁନ୍ତି ‘ଖୋକା ସାର୍’: ଏକାଧାରାରେ ଥିଲେ ଶିକ୍ଷକ, କବି, ପରିବେଷବିତ୍ ଓ ସର୍ପ ବିଷାରଦ

 

ଆନନ୍ଦପୁର ୧୧/୦୬: ସେ ଥିଲେ ଏକା ଧାରରେ ଜଣେ ସୁନାମଧନ୍ୟ ଶିକ୍ଷକ, କବି, ପରିବେଷ ବିତ୍ ଓ ସର୍ପ ବିଷାରଦ । ଆନନ୍ଦପୁର ର ସୁବାସ ସିଂହ, ଯିଏକି ସାରା କେନ୍ଦୁଝର ଜିଲ୍ଲାରେ ଖୋକା ସାର୍ ଭାବେ ଘରେ ଘରେ ପରିଚିତ ଥିଲେ । ଅଠାନବେ ବର୍ଷରେ ତାଙ୍କର ଆଜି ପରଲୋକ ହୋଇଯାଇଛି ।

ଶିକ୍ଷକତା ସମୟରେ ତାଙ୍କ ଉତ୍ତମ ଶିକ୍ଷାଦାନ ଯୋଗଁ ପ୍ରଥମେ ରାଜ୍ୟପାଳ ପଦକ ଓ ପରେ ରାଷ୍ଟ୍ରପତି ପଦକରେ ସମ୍ନାନିତ କରାଯାଇଥିଲା । ସେହିପରି ପରିବେଷ କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ପାଇଁ ବହୁବାର ତାଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ନାନିତ ହୋଇଛନ୍ତି । ସବୁଠାର ବଡ କଥା ହେଲା , ଖାଲି ହାତରେ ସେ ବଡବଡ ବିଷଧର ସାପକୁ କାବୁକରି ଜଙ୍ଗଲରେ ଛାଡିଛନ୍ତି ।

ସେଥିପାଇଁ ସାପ ଘରେ ପସିଲେ ଲୋକେ ଖୋକା ସାର୍ ଙ୍କୁ ମନେ ପକାଇଥାନ୍ତି ଲୋକେ । ଏଭଳି ଏକାଧିକ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କ ବିୟୋଗରେ ଆଜି ସାରା ଆନନ୍ଦପୁର ଅଞ୍ଚଳ ସ୍ତବ୍ଧ ହୋଇଛି । ତାଙ୍କ ଶେଷ ଦର୍ଶନ ପାଇଁ ସାରା ଜିଲ୍ଲାରୁ ବିଭାନ୍ନ ବର୍ଗର ଲୋକଙ୍କ ସୂଅ ଛୁଟିଛି ।

Spread the love