
ଆରଡି: ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ସପ୍ତଦିନ ବ୍ୟାପୀ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ପଣ୍ଡୁପୂର୍ଣ୍ଣିମା ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ ଘଟସ୍ଥାପନ, ଦ୍ବାରପାଳପୂଜା, ସୂର୍ୟ୍ୟପୂଜା, ଗୋ ପୂଜନ ସରିବା ପରେ ମଣିବାବାଙ୍କ ପାଖରେ ରୁଦ୍ରାଭିଷେକ, ପଞ୍ଚ ଉପଚାର ପୂଜା କରାଯାଇଥିଲା।
ଏହାପରେ ଯଜ୍ଞମଣ୍ଡପକୁ ସୋଧନ କରାଯାଇ ଷୋଡଶ ଉପଚାର ପୂଜା, ମାର୍ଜନା କରାଯାଇ ଭଗବତ ଗୀତାର ପ୍ରତି ଶ୍ଳୋକରେ ବିଶ୍ବ କଲ୍ୟାଣ ଉଦ୍ୟେଶରେ ଘୃତ ଆହୁତି ପ୍ରଦାନ କରାଯାଇଥିଲା। ମଣିବାବାଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପଣ୍ଡୁପୂର୍ଣ୍ଣିମା ଅବସରରେ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ହେଲେ ମନ୍ଦିରରେ କୋଭିଡ କଟକଣା ବଳବତ୍ତର ରହିଥିବାରୁ ଚଳିତବର୍ଷ ସାମାଜିକ ଦୂରତା ରଖା କରାଯାଇ ସମସ୍ତ ନୀତିକାନ୍ତୀ ବିନା ଭକ୍ତରେ ସମ୍ପାଦିତ କରାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍