September 20, 2024

Satya News

odia news channel

ଆଗକୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆହୁରି ବଢିବ: ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

 

ଭୁବନେଶ୍ୱର: ଆଗକୁ ଆହୁରି ବଢିବ ଦରଦାମ | ପେଟ୍ରୋଲ ଓ ଡିଜେଲ ଦର ଆଗକୁ ଆହୁରି ବଢିବ ବୋଲି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ କେନ୍ଦ୍ର ସରକାର କୋଭିଡ ଆଳରେ ସେସ ଲାଗୁ କରିବାରୁ ରାଜ୍ୟକୁ କିଛି ଅର୍ଥ ଆସୁନି। ଲଗାମ ସେମାନଙ୍କ ହାତରେ ଥିବାରୁ ସେମାନେ ବ୍ଲାକମେଲିଂ କରୁଛନ୍ତି | ରଣେନ୍ଦ୍ର କହିଛନ୍ତି ଯେ ଆଗକୁ ସ୍ଥିତି ଆହୁରି ଖରାପ ହେବ।

ସେହିପରି ପଲିଟିକାଲ ଟୁଲ ଭାବେ ପେଟ୍ରୋଲିୟମ ସାମଗ୍ରୀକୁ ବ୍ୟବହାର କରାଯାଉଛି | ରଣେନ୍ଦ୍ର ମୋଦୀ ସରକାରଙ୍କ ଅଛେ ଦିନକୁ କଟାକ୍ଷ କରି କହିଛନ୍ତି ଯେ ଅଛେ ନୁହେଁ ବୁରା ଦିନ ଦେଶରେ ଆସିଗଲାଣି, କିଣି ଖାଉଥିବା ଲୋକଙ୍କ ପାଇଁ ଦେଶରେ ସ୍ଥିତି ଭଲ ନାହିଁ | ସୂଚନା ଥାଉ କି ପେଟ୍ରୋଲିୟମ୍‌ କମ୍ପାନିମାନେ ଆଜି ରନ୍ଧନ ପାଇଁ ଘରେ ବ୍ୟବହାର ହେଉଥିବା ‘ଏଲ୍‌ପିଜି’ର ଦର ସିଲିଣ୍ଡର୍‌ ପିଛା ୧୫ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ୬ ମାସ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୧୨ ଟଙ୍କା ବଢିଛି | ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରେଲ ଲିଟର ପିଛା ଦର ପୁଣି ୩୦ ପଇସା ଓ ଡିଜେଲ ଲିଟର ୩୫ ପଇସା ମହଙ୍ଗା ହୋଇଛି ।

Spread the love