March 10, 2026

ଆଚାର୍ଯ୍ୟ ହରିହର ଶିଶୁ ଭବନରେ ଶିଶୁ ଦିବସ ପାଳିତ

 

ସାକ୍ଷୀଗୋପାଳ : ଆଚାର୍ଯ୍ୟ ହରିହର ଶିଶୁ ଭବନ, ସାକ୍ଷୀଗୋପାଳ ପରିସରରେ ଆଜି ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଚାର୍ୟ୍ୟ ହରିହର ଶିଶୁ ଭବନର ଛାତ୍ରମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବା ସହିତ ଚାଚା ନେହେରୁଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ପୁରୀ ଜିଲ୍ଲାରେ ପୁରସ୍କୃତ ହୋଇଥିବା ଶିଶୁ ଭବନର ଛାତ୍ର ଆଶୁତୋଷ ଦାସଙ୍କ ସମେତ ଅନ୍ୟ ଛାତ୍ରମାନଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା। ଶିଶୁ ଭବନର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସୁପରିଟେଣ୍ଡେଣ୍ଟ ସୁବୋଧ କୁମାର ସ୍ବାଇଁ, କାଉନସିଲର ମିନାକ୍ଷୀ ବାରିକ, ଶୁଭ୍ରଜିତା ଶୁଭଦର୍ଶିନୀ, ଜ୍ୟୋତିରାଣୀ ମିଶ୍ର, ଶାନ୍ତିଲତା ଚୌଧୁରୀ ଓ କବିତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love