
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ ଟିକା। କୋ-ୱିନ୍ ପୋର୍ଟାଲରେ ଏଥିପାଇଁ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି। ତେବେ ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ।
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଗର୍ଭବତୀ ମହିଳାମାନଙ୍କୁ ଟିକା କେନ୍ଦ୍ରକୁ ଆସି ଧାଡ଼ିରେ ଠିଆହେବାକୁ ପଡ଼ିବ ନାହିଁ। ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ। ଆଶାଦିଦି ଏ ନେଇ ସେମାନଙ୍କୁ ସହାୟତା କରିବେ। ତେବେ ଘରକୁ ଯାଇ ଟିକା ଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ବର୍ଷକୁ ୯ ଲକ୍ଷ ମହିଳା ଗର୍ଭବତୀ ହେବା ନେଇ ପଞ୍ଜିକରଣ କରନ୍ତି, ତେବେ ସେଥିମଧ୍ୟରୁ ପ୍ରଥମେ ସାଢେ ୪ ଲକ୍ଷଙ୍କୁ ଏବେ ଟିକା ପାଇଁ ଠାବ କରାଯାଇପାରିବ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍