
ଆଜି ଅପରାହ୍ଣରେ ଖୋଲିବ ସାବରିମାଲା ମନ୍ଦିର, ଆସନ୍ତା କାଲିଠାରୁ ସର୍ବସାଧାରଣ ଦର୍ଶନ
ତିରୁଅନନ୍ତପୁରମ୍ : ଆଜିଠାରୁ ଖୋଲିବ କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲା । ଆଜି ଅପରାହ୍ଣ ୫ଟାବେଳେ ଏହା ଖୋଲିବ । ତେବେ ଆସନ୍ତା କାଲିଠାରୁ ଏହା ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବ । ମାଲାୟଲମ୍ ମାସ କାରକିଦକମ୍ ଉପଲକ୍ଷେ କେତେକ ସ୍ବତନ୍ତ୍ର ପୂଜା ପାଇଁ ଏହାକୁ ଖୋଲାଯାଉଛି ।
ଏହି ମନ୍ଦିର ପରିଚାଳନା କରୁଥିବା ‘ଟ୍ରାଓ୍ଵାଙ୍କୋର୍ ଦେବସ୍ୱମ୍ ବୋର୍ଡ’ (ଟିଡିବି) ମଧ୍ୟ କହିଛି ଯେ, କରୋନା ମହାମାରୀ ଦୃଷ୍ଟିରୁ ଏହି ତୀର୍ଥ ଦର୍ଶନ ପାଇଁ ଆସୁଥିବା ତୀର୍ଥ ଯାତ୍ରୀମାନେ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ କରାଯାଇଥିବା ‘ଆର୍ଟି-ପିସିଆର୍’ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ଦିଆଯିବ ନାହିଁ। ଆହୁରି ମଧ୍ୟ ପ୍ରତିଦିନ ଅନଲାଇନ ପୋର୍ଟାଲ ମାଧ୍ୟମରେ ବୁକିଂ କରାଯାଇଥିବା କେବଳ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍