September 8, 2024

Satya News

odia news channel

ଆଜି ଓଡ଼ିଶା ଛାଡିବ ମୌସୁମୀ

New Delhi: Monsoon clouds hover in the sky over the historic Red Fort in old Delhi, Thursday, June 25, 2020. The India Meteorological Department on Thursday declared the onset of monsoon in Delhi, two days ahead of its usual date of arrival. (PTI Photo/Vijay Verma) (PTI25-06-2020_000166B)

 

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଆଜି ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ପୂର୍ବରୁ ରାଜ୍ୟର ୧୧ ଜିଲାରୁ ମୌସୁମୀ ବାୟୁ ଅପସାରଣ କରିଥିବା ବେଳେ ଆଉ କିଛି ଅଞ୍ଚଳରୁ ଆଂଶିକ ପ୍ରତ୍ୟାବର୍ତ୍ତନ କରିଥିଲା; କିନ୍ତୁ ଲଘୁଚାପ ସୃଷ୍ଟି ହେବାରୁ ସମୁଦ୍ର ମଧ୍ୟରୁ ଓଡ଼ିଶା ଭିତରକୁ ଜଳୀୟବାଷ୍ପ ପ୍ରବେଶ କରିଥିଲା। ସେହି ସମୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ନଥିଲା। ଉପକୂଳ ଓଡ଼ିଶାରୁ ମୌସୁମୀ ବାୟୁ ଅପସାରଣ କରିବାରେ ବିଳମ୍ବ ହୋଇଥିଲା।

ପାଣିପାଗ ବିଭାଗର ବିସ୍ତାରିତ ଆକଳନ ବିବରଣୀ କହୁଛି, ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।
Spread the love