March 14, 2026

ଆଜି ପବିତ୍ର ପ୍ରଥମାଷ୍ଟମୀ ; ଘରେ ଘରେ ଏଣ୍ଡୁରୀ ପିଠାର ଆସର

 

ଭୁବନେଶ୍ୱର : ଆଜି ହେଉଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହି ଦିନକୁ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ।। ଘରର ଜ୍ୟେଷ୍ଠ ସନ୍ତାନମାନଙ୍କ ପାଇଁ ସ୍ବତନ୍ତ୍ର ପୂଜା କରିବାର ପରମ୍ପରା ରହିଛି। ଜ୍ୟେଷ୍ଠ ସନ୍ତାନମାନେ ସକାଳୁ ଉଠି ଗାଧୋଇ ନବ ବସ୍ତ୍ର ପରିଧାନ କରିଥାଆନ୍ତି। ତାପରେ ତାଙ୍କୁ ପିଢାରେ ବସାଯାଇ ବନ୍ଦାପନା କରାଯାଇଥାଏ। ଜ୍ୟେଷ୍ଠ ସନ୍ତାନମାନଙ୍କର ଶୁଭ ମନାସୀ ଷଠୀ ଦେବୀ ଓ କୂଳ ଦେବତାଙ୍କ ନିକଟରେ ପୂଜା କରାଯାଇଥାଏ। ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରିବା ପାଇଁ ମାମୁଁ ଘରୁ ନୂତନ ବସ୍ତ୍ର ଆସିଥାଏ। ନୂଆ ବସ୍ତ୍ର ପିନ୍ଧି ବନ୍ଦାପନ ହୋଇ ସାରିବା ପରେ ହଳଦି ପତ୍ରରେ ତିଆରି ସ୍ବତନ୍ତ୍ର ଏଣ୍ଡୁରୀ ପିଠା ଖାଇଥାଆନ୍ତି। ଆଜି ମଧ୍ୟ କାଞ୍ଜି ଅଁଳା ନବମୀ। ଷଠୀ ଦେବୀଙ୍କ ନିକଟରେ କାଞ୍ଜି ଭୋଗ କରାଯାଇଥାଏ।

Spread the love